Jump to content

ଲିଓ ଟଲଷ୍ଟୟ

ଉଇକିପିଡ଼ିଆ‌ରୁ

ଲିଓ ଟଲଷ୍ଟୟ (୯ ସେପ୍ଟେମ୍ବର ୧୮୨୮-୨୦ ନଭେମ୍ବର ୧୯୧୦) ଉନ୍ନବିଂଶ ଶତାବ୍ଦୀର ସର୍ବାଧିକ ସମ୍ମାନିତ ଲେଖକମାନଙ୍କ ମଧ୍ୟରେ ଅନ୍ୟତମ ।[] ଋଷର ଏକ ସଂପନ୍ନ ପରିବାରରେ ତାଙ୍କ ଜନ୍ମ । ଋଷରେ ସେ ସୈନ୍ୟବାହିନୀରେ ଯୋଗ ଦେଇ ସେ କ୍ରିମିୟା ଯୁଦ୍ଧରେ(୧୮୫୫) ଭାଗନେଇଥିଲେ, ତେବେ ତତ ପରବର୍ଷ ସେ ସେନାବାହିନୀ ତ୍ୟାଗକରି ଫେରିଆସିଲେ । ସେନାବାହିନୀରେ ଯୋଗ ଦେବା ପୂର୍ବରୁ ହିଁ ତାଙ୍କ ଭିତରେ ସାହିତ୍ୟ ପ୍ରତି ଋଚି ବୃଦ୍ଧି ପାଇଥିଲା । ତାଙ୍କ ରଚନା ମଧ୍ୟରେ ଯୁଦ୍ଧ ଏବଂ ଶାନ୍ତି (୧୮୬୫-୬୯) ତଥା ଆନ୍ନା କରେନୀନା (୧୮୭୫-୧୮୭୭) ସାହିତ୍ୟ ଜଗତରେ କ୍ଳାସିକାଲ ରଚନା ଭାବେ ସ୍ୱୀକୃତ ହୋଇସାରିଛି ।

ପ୍ରଚୁର ଧନ ଦୌଲତ ଏବଂ ସାହିତ୍ୟିକ ପ୍ରତିଭା ଟଲଷ୍ଟୟଙ୍କୁ ଶାନ୍ତି ଦେଇ ପାରି ନ ଥିଲା । ଅନ୍ତତଃ ୧୮୯୦ ମସିହା ବେଲକୁ ସେ ନିଜର ସମସ୍ତ ଧନ ସମ୍ପତ୍ତି ତ୍ୟାଗ କରିଦେଲେ । ନିଜର ପରିବାରକୁ ଛାଡି ସେ ଈଶ୍ୱର ତଥା ଗରୀବଙ୍କ ସେବା କରିବା ଉଦ୍ଦେଶ୍ୟରେ ବାହାରିପଡିଲେ । ତେବେ ତାଙ୍କ ସ୍ୱାସ୍ଥ୍ୟ ଏଥିପାଇଁ ଅନୁକୁଳ ହେଲା ନାହିଁ । ପରିଶେଷରେ ସେ ୨୦ ନଭେମ୍ବର ୧୯୧୦ ଦିନ ଅଷ୍ତାପବା ନାମକ ଏକ ଛୋଟ ରେଳ ଷ୍ଟେସନରେ ଏହି ସମ୍ଭ୍ରାନ୍ତ ବ୍ୟକ୍ତି ଜଣକ ଏକ ଗରୀବ, ନିରାଶ୍ରୟ, ରୋଗୀଣା ବୃଦ୍ଧ ଭାବେ ମୃତ୍ୟୁକୁ ଆଲିଙ୍ଗନ କରିଥିଲେ ।

ଜୀବନୀ

[ସମ୍ପାଦନା]

ଟଲଷ୍ଟୟଙ୍କ ଜନ୍ମ ଋଷର ୟାସ୍ନାୟା ପୋଲ୍ୟାନ୍ୟା ନାମକ ସହରରେ, ଯାହାକି ମୋସ୍କୋଠାରୁ ୨୦୦ କି. ମି. ଦକ୍ଷିଣକୁ ଅବସ୍ଥିତ, ହୋଇଥିଲା । ପିତା କାଉଣ୍ଟ ନିକୋଲାଇ ଏବଂ ମାତା ମାରିୟା ଟଲଷ୍ଟୟଙ୍କର ସେ ଥିଲେ ଚତୁର୍ଥ ସନ୍ତାନ । ତାଙ୍କୁ ଯେତେବେଳେ ମାତ୍ର ଦୁଇ ବର୍ଷ ସେ ତାଙ୍କ ମାତାଙ୍କୁ ହରାଇଥିଲେ । ପୁଣି ତାଙ୍କୁ ନଅ ବର୍ଷ ବେଲକୁ ପିତାଙ୍କ ଦେହାନ୍ତ ହେଲା । ତେଣୁ ତାଙ୍କ ଲାଲନ ପାଲନ ଦାୟିତ୍ୱ ନେଲେ ତାଙ୍କ ଜଣେ ସମ୍ପର୍କୀୟ କାକି ତତ୍ୟାନା । ତେବେ ଉଚ୍ଚ ବର୍ଗର ହୋଇଥିବାରୁ ତାଙ୍କ ଶିକ୍ଷାଦୀକ୍ଷା ନିମିତ୍ତ ସୁଦକ୍ଷ ବିଦ୍ୱାନ ନିଯୁକ୍ତ ହୋଇଥିଲେ । ବାଲ୍ୟାବସ୍ଥାରେ ହିଁ ତାଙ୍କୁ ପାଠ ସହ ଖେଳ କୁଦ, ଘୋଡାସବାରୀ, ଶିକାର, ନାଚଗାନା ଇତ୍ୟାଦି ବିଷୟରେ ଶିକ୍ଷା ଲାଭ କରିଥିଲେ । ୧୮୪୪ ମସିହାରେ ସେ କାଯାନ ବିଶ୍ୱବିଦ୍ୟାଳୟରେ ଆଇନ ଓ ପ୍ରାଚ୍ୟ ଭାଷା ଅଧ୍ୟୟନ କରିବା ଆରମ୍ଭ କଲେ । ତେବେ ପାଠ ପଢ଼ା ଅଧାରୁ ଛାଡି ସେ ନିଜ ଜନ୍ମ ସ୍ଥାନ ୟାସ୍ନାୟା ପୋଲ୍ୟାନ୍ୟା ଫେରି ଆସିଲେ ଏବଂ ସେଠାରେ ଏକ ବିଳାସ ତଥା ଆଳସ୍ୟପୂର୍ଣ ଜୀବନ ବିତାଇବାକୁ ଲାଗିଲେ । ଏହି ସମୟ ମଧ୍ୟରେ ସେ ନିଜର ପ୍ରଥମ ଉପନ୍ୟାସ ସହ ନିଜ ଯୁବାବସ୍ଥାର କିଛି କାଳ୍ପନିକ ଚିନ୍ତାଧାରାକୁ ନେଇ ରଚନା ମଧ୍ୟ ଲେଖିଥିଲେ ଯାହାକି ୧୮୫୨ ମସିହାରେ ପ୍ରକାଶିତ ହୋଇଥିଲା ।

ଭାଲୁଭାରଙ୍କ ଲିଖିତ ପ୍ରଖ୍ୟାତ ଉପନ୍ୟାସ ତିରୁକୁରାଲ(Tirukkural)ର ଏକ ଜର୍ମାନୀ ସଂସ୍କରଣ ପଢ଼ିବା ପରେ ସେ "ଅହିଂସା" ଶବ୍ଦଟି ତାଙ୍କ ମନରେ ଗଭୀର ରେଖାପାତ କରିଥିଲା []। ପରବର୍ତ୍ତୀ ସମୟରେ ମହତ୍ମା ଗାନ୍ଧୀଙ୍କ ନିକଟକୁ ଲିଖିତ ଏକ ପତ୍ରରେ ସେ ଏହି ଭାବନାକୁ ପରିପ୍ରକାଶ କରିଥିଲେ । କହିବାକୁ ଗଲେ ଅହିଂସାର ପ୍ରବର୍ତ୍ତକ ଗାନ୍ଧିଜୀଙ୍କର ମୂଳ ମନ୍ତ୍ର ପଛରେ ପ୍ରେରଣା ଥିଲା ଟଲଷ୍ଟୟଙ୍କର ।[]

ବିଚାର ଏବଂ ଦର୍ଶନ

[ସମ୍ପାଦନା]

ଟଲଷ୍ଟୟଙ୍କର ଧାର୍ମିକ ଭାବନା ଥିଲା ଅତ୍ୟନ୍ତ ଉଦାର ତଥା ବ୍ୟାପକ । ତତକାଳୀନ ଖ୍ରୀଷ୍ଟ ଧର୍ମ ପ୍ରତି ତାଙ୍କର ବିରୋଧାଭାସ ଥିଲା ସ୍ପଷ୍ଟ । ନିଜ ବିଚାରରେ ସେ ଏକ ପ୍ରକାର ସର୍ବଦେବବାଦୀ ପ୍ରତୀକ ବୋଲି ମନେହେଉଥିଲେ । ତାଙ୍କ ମତରେ ମୃତ୍ୟୁ ହେଉଛି ମଣିଷ ଜୀବନର ଅନ୍ତିମ ଏବଂ ଅବଶ୍ୟମ୍ଭାବୀ ପରିଣତି । ତାଙ୍କ ମତରେ ନିରୁଦ୍ଦିଷ୍ଟ, ବିଚାରହୀନ ତଥା ଆତ୍ମକୈନ୍ଦ୍ରିକ ଜୀବନକୁ ଥିଲା ଏକ ପ୍ରକାର ପାପ ।

  1. "Leo Tolstoy | Russian writer". Encyclopedia Britannica (in ଇଂରାଜୀ). Retrieved 6 January 2020.
  2. Rajaram, M. (2009). Thirukkural: Pearls of Inspiration. New Delhi: Rupa Publications. pp. xviii–xxi.
  3. Mathai, Mundackal Paulose; John, M. S.; Joseph, Siby K. (2002). "Meditations on Gandhi: A Ravindra Varma Festschrift" (in ଇଂରାଜୀ). Concept Publishing Company. Retrieved 6 January 2020.
pFad - Phonifier reborn

Pfad - The Proxy pFad of © 2024 Garber Painting. All rights reserved.

Note: This service is not intended for secure transactions such as banking, social media, email, or purchasing. Use at your own risk. We assume no liability whatsoever for broken pages.


Alternative Proxies:

Alternative Proxy

pFad Proxy

pFad v3 Proxy

pFad v4 Proxy